Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମହିମା ଆଶ୍ରମ ଠାରେ ବାଲ୍ୟଲୀଳା ଓ କଳସ ଯାତ୍ରା

ଜମନକିରା: ବରଗଡ଼ ଜିଲ୍ଲା ପିପିଲିପାଲି ଓ ହଲଦିପାଲି ସୀମା ସ୍ତିତ ସୋହେଲା ନର୍ସରୀ ମହିମା ଆଶ୍ରମ ଠାରେ ପୂଜ୍ଯ ବ୍ରହ୍ମ ଅବଧୂତ ବୀରେନ୍ଦ୍ର ବାବାଙ୍କ ତତ୍ତ୍ବାବଧାନରେ ବାଲ୍ଯଲୀଳା ମହିମା ଯଜ୍ଞ ସହ କଳସ ଯାତ୍ରା ବିଧିବିଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରର ସଂଧ୍ଯାରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଯୋଗ ଦେଇଥିଲେ। ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯଅତିଥି ଭାବେ ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟର ରେଜିଷ୍ଟର ଯୁଗଲେଶ୍ବରୀ ଦାଶ ଯୋଗ ଦେଇଥିଲେ। ଭୀମଭୋଇ ଚେୟାରମେନ ପ୍ରଫେସର ଡ.ପ୍ରଦୀପ କୁମାର ପଣ୍ଡା, ଓଡ଼ିଆ ବିଭାଗ ମୁଖ୍ଯ ଡ. ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଯୋଗଦେଇ ଭୀମଭୋଇ ଏବଂ ମହିମା ଧର୍ମ ଉପରେ ନିଜର ବକ୍ତବ୍ଯ ସହ ଆଗାମୀ ଦିନରେ ବିଶ୍ୱ ବିଦ୍ୟାଳୟରେ ମହିମା ଧର୍ମର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକୁ ବ୍ଯାପକ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ବୀରେନ୍ଦ୍ର ବାବା ଅତିଥି ମାନଙ୍କୁ ବୈଷ୍ଣବ ବାବାଙ୍କ ଗ୍ରନ୍ଥାବଳୀ ଉପହାର ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟକ୍ଷ ଟେକଚାନ୍ଦ ଦୁଆନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଡ. ଶିଶିର କୁମାର ସାହୁ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନିମାଇଁଚରଣ ଭୋଇ, ଗଣତନ୍ତ୍ର ପଧାନ, ତୀର୍ଥବାସୀ ନାଏକ, ବିକାଶ ଚନ୍ଦ୍ର ସାହୁ, କେଦାରନାଥ ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାଜୁ ବିଶ୍ବାଲ, ମନୋଜ ବିଶ୍ବାଲ , ବିବେକା ନାଏକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିଦିନ ସଂଧ୍ୟାରେ ପାଣିମୋରା ର ସାଇ ଭଜନ, ଦୁଆନପାଲି ର ଭାଗବତ ଟୁଙ୍ଗୀ, କରଣ୍ଡୋଲା ର ଭଜନ ମଣ୍ଡଳୀ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ଶିଶୁ କିଶୋର ପତ୍ରିକା “ଚନ୍ଦ୍ରରଉଦିଆଁ” ଏପ୍ରିଲ ସଂଖ୍ଯା ଲୋକାର୍ପିତ ହୋଇଥିଲା। ଅନ୍ତିମ ଦିବସରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିରେ ଅଞ୍ଚଳର ବହୁ ଭକ୍ତଙ୍କ ସମାଗମ ହୋଇଥିବା ଦେଖାଯାଇଥିଲା।