Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିଠାମାରେନ ପୋଲରେ ବାଇକ ଦୁର୍ଘଟଣା, ୨ ଗୁରୁତର

ଜମନକିରା : ଜମନକିରା ଥାନା ପିଠାମାରେନ ରାଜରାସ୍ତା ୫୩ ବୁଲାଣି ନିକଟରେ ଭାର ସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ହେବା ଫଳରେ ଚାଳକ ଓ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।
ସୂଚନା ଯୋଗ୍ୟ ଯେ, ଆଜି ପୂର୍ବାହ୍ନ ସାଢେ଼ ୧୦ଟା ପାଖାପାଖି ସମୟରେ ଏକ ବାଇକ ହିରୋ ଏଚଏଫ ଡିଲକ୍ସ ଯାହାର ରେଜିଷ୍ଟେସନ ନମ୍ବର (ଓଡି 15 ଏମ 4292)ରେ ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ପଞ୍ଚାୟତ କୁତବ ଗ୍ରାମର ଦୁଇ ଜଣ ଯୁବକ ଜମନକିରା ରୁ କାମ ସାରି ଫେରୁଥିବା ବେଳେ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ। ରାସ୍ତାରେ ଯାଉଥିବା ଯାତ୍ରୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିବା ବେଳେ ଆହତଙ୍କୁ ଜମନକିରା ଆଗ୍ନିଶମ ବିଭାଗ କର୍ମଚାରି ମାନେ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ପଠାଇ ଥିବା ଜଣାପଡ଼ିଛି। ଜମନକିରା ଥାନା ଖବର ପାଇ ଘଟଣା ସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।