Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଜେଡି ସଭାନେତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ; ଗଣମାଧ୍ୟମ ହସ୍ତକ୍ଷେପ କଲେ ଅଞ୍ଚଳର ବିକାଶ ହେବ

ଜମନକିରା : ଗଣମାଧ୍ୟମ ସାହାଯ୍ୟ କଲେ ଅଞ୍ଚଳର ବିକାଶ ହୋଇ ପାରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ବିଜେଡି ସଭାନେତ୍ରୀ ସ୍ନିଗ୍ଧା ପଟେଲ ପ୍ରକାଶ କରିଛନ୍ତି।
ନେତ୍ରଙ୍କ ସୂଚନା ଅନୁଯାୟୀ, ଆଜି ଜମନକିରା ବ୍ଲକ ଅନ୍ତର୍ଗତ ଟିକିବା ପଂଚାୟତ କାର୍ଯ୍ୟାଳୟରେ ଅଞ୍ଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ବିଜେଡି ସଭାନେତ୍ରୀ ଶ୍ରୀମତୀ ପଟେଲ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ। ଉକ୍ତ ବୈଠକରେ ସେ ବ୍ଲକ ଅଞ୍ଚଳରେ ଥିବା ୨୧ ଗୋଟି ପଞ୍ଚାୟତରେ ଲୋକଙ୍କ ଅନେକ ସମସ୍ୟା ରହିଛି। ଯାହାକି ସମାଧାନ ହୋଇ ପାରୁନାହିଁ। ସାଧାରଣ ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି। ଏଥିସହ ଅଞ୍ଚଳର ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ବିଭିନ୍ନ ସମସ୍ୟା ନେଇ ଲୋକେ ପ୍ରଥମେ ଗଣମାଧ୍ୟମର ସହଯୋଗ ନେଉଛନ୍ତି। ଏଥିସହ ସୂଚନା ମଧ୍ୟ ପ୍ରଥମେ ଗଣମାଧ୍ୟମ କୁ ମିଳୁଛି। ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୋର ଅନୁରୋଧ କି, ଆପଣମାନେ ମୋତେ ସହଯୋଗ କରି ଉକ୍ତ ସମସ୍ୟା ଅବଗତ କଲେ ମୋ ଦ୍ଵାରା ଯାହା କିଛି ସମ୍ଭବ ହେବ ପ୍ରତିକାର ଏବଂ ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ। ଏଇ ସାମ୍ବାଦିକ ସମ୍ମିଳନୀ ବୈଠକରେ ଜମନକିରା ବ୍ଲକ ଅନ୍ତର୍ଗତ ସମୁଦାୟ ୨୧ ଟି ଗ୍ରାମ ପଞ୍ଚାୟତର କେଉଁଠି କି ସମସ୍ୟା ରହିଛି ତାହା ପ୍ରଥମେ ଗଣମାଧ୍ୟମ ନଜର ରେ ଆସିଥାଏ ତେଣୁ ଶ୍ରୀମତୀ ପଟେଲ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି କି, ଯେଉଁଠି ଯେପରି ସମସ୍ୟା ବି ଥାଉ ତାଙ୍କୁ ଅବଗତ କଲେ ତାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି। ଏଇ ବୈଠକରେ ସମ୍ବଲପୁର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ,ସମ୍ବାଦ ପ୍ରତିନିଧି ରାଜେନ୍ଦ୍ର ନାଏକ, ହରମୋହନ ପଟେଲ, A1tv ପ୍ରତିନିଧି ଜିତେନ୍ଦ୍ର ମୁଦୁଲି, ସମାଜ ପ୍ରତିନିଧି ଖିତିରଞ୍ଜନ, ଭାସ୍କର ପ୍ରତିନିଧି ଅବଦୁଲ କାଦିର, ପ୍ରତିଦିନ TV ପ୍ରତିନିଧି ଅକ୍ଷୟ ଦେହୁରୀ, ଲିପନ ନାଏକ ଏବଂ ବଡ଼ ଖବର ପ୍ରତିନିଧି ସତ୍ୟପ୍ରିୟ ମହାପାତ୍ର ଉପସ୍ଥିତ ରହି ଅଞ୍ଚଳର ବିକାଶ ପାଇଁ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।