ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବିକଳ ଚିତ୍ର।ଅଣଶିକ୍ଷକ ୨୮୮ ପଦବୀ ଖାଲି ପଡ଼ିଥିବା ବେଳେ ୮୮ ଶିକ୍ଷକ ପଦବୀ ଖାଲି।


ଗୋପାଳପୁର,୧୬/୦୭, ଦକ୍ଷିଣ ଓଡ଼ିଶା ର ଗର୍ବ ଓ ଗୌରବ ଭାବେ ପରିଚିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଆଜି ନିଜର ଗାରିମା ବିଜୟା ରଖିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ଏଠାରେ ଏବେ ଶିକ୍ଷକ ସମେତ ଅଣଶିକ୍ଷକ ମରୁଡି ଦେଖା ଦେଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ନାଇଁ ରେ ତେଲ ଦେଇ ଶୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ପଟେ ଆଇନଗତ ସମସ୍ୟା ଯୋଗୁଁ ପଦବୀ ପୂରଣ ରେ ଅହେତୁକ ବିଳମ୍ବ ହେଉଥିଲେ ମଧ୍ୟ ପାଠ ପଢିବାକୁ ଆସୁଥିବା ବିଦ୍ୟାର୍ଥୀ ମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ପ୍ରଦାନ ରେ ବିଶ୍ବବିଦ୍ୟାଳୟ ପଛରେ ପଡ଼ିଯାଇଥିବା ଆଲୋଚନା ଜୋର ଧରିଛି।ଏହା ସହ ରେକର୍ଡ ସଂଖ୍ୟକ ଅଣଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଅନେକେ ସମୟରେ ବିଶ୍ବବିଦ୍ୟାଳୟ ର ଅଫିସ କାର୍ଯ୍ୟ ରେ ଅହେତୁକ ବିଳମ୍ବ ଘଟୁଥିବାରୁ ବିଦ୍ୟାର୍ଥୀ ସମେତ ବିଶ୍ବବିଦ୍ୟାଳୟ କର୍ମଚାରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।ଗତ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳସଚିବ ଙ୍କ ପକ୍ଷରୁ ଚିଠି ନଂ ୭୩୧୨ ପ୍ରକାରେ ଉଚ୍ଚ ଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବ ବିରେନ୍ଦ୍ର କରକେରେଙ୍କୁ ପ୍ରଦାନ କରାଯାଇଥିବା ଚିଠାରୁ ଜଣାପଡିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ୫୨୭ ଅନୁମୋଦିତ ଅଣଶିକ୍ଷକ ପଦବୀ ମଧ୍ୟରୁ କେବଳ ୨୩୯ ପଦବୀ ରେ ଲୋକ କାର୍ଯ୍ୟରତ ଥିବା ବେଳେ ୨୮୮ ପଦବୀ ଖାଲି ପଡ଼ିଛି।ସେହି ପରି ୧୮୨ ଶିକ୍ଷକ ପଦବୀ ମଧ୍ୟରୁ ୯୪ ପଦବୀ ରେ ଶିକ୍ଷକ କାର୍ଯ୍ୟରତ ଥିବା ବେଳେ ୮୮ ଟି ପଦବୀ ଖାଲି ପଡ଼ିଛି।ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଗୃପ ଏ ୯ ଟି ଅନୁମୋଦିତ ପଦବୀ ରହିଥିବା ଏବେ ୬ ଟି ପଦବୀ ରେ ଲୋକ ରହିଥିବା ବେଳେ ୩ ଟି ପଦବୀ ଖାଲି ପଡ଼ିଛି।ଏହା ସହ ଗୃପ ବାରେ ୧୬୭ ଟି ଅନୁମୋଦିତ ପଦବୀ ରହିଥିବା ବେଳେ ୭୪ ଜଣ ଲୋକ ରହିଥିବା ବେଳେ ୯୩ ପଦବୀ ଖାଲି ପଡ଼ିଛି।ଗୃପ ସି ରେ ୧୪୬ ଟି ଅନୁମୋଦିତ ପଦବୀ ମଧ୍ୟରୁ ୮୨ ଟି ପଦବୀ ରେ ଲୋକ ଥିବା ବେଳେ ୬୪ ପଦବୀ ଖାଲି ପଡ଼ିଛି। ଏବଂ ଗୃପ ଡିରେ ୧୮୫ ଟି ଅନୁମୋଦିତ ପଦବୀ ମଧ୍ୟରୁ ୫୯ ଜଣ କାର୍ଯ୍ୟରତ ଥିବା ବେଳେ ୧୨୬ ଟି ପଦବୀ ଖାଲି ପଡ଼ିଛି। ସେହିପରି ଆସନ୍ତା ଡ଼ିସେମ୍ବର ୩୧ ତାରିଖ ମଧ୍ୟରେ ଗୃପ ବି ରୁ ଆହୁରି ୨ ଜଣ ଗୃପ ସି ରୁ ୫ ଜଣ ଓ ଗୃପ ଡି ରୁ ଜଣେ ଅବସର ନେବେ। ସେହିପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ରହିଥିବା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ପରିସ୍ଥିତି ମଧ୍ୟ ସଙ୍ଗୀନ ରହିଥିବା ରିପୋର୍ଟ ରୁ ଜଣାପଡିଛି। ଏଠାରେ ଗୃପ ବି ପଦବୀ ନିମନ୍ତେ ୬ ଟି ଅନୁମୋଦିତ ପଦବୀ ରହିଥିବା ବେଳେ ଏବେ କେବଳ ଜଣେ କାର୍ଯ୍ୟରତ ଥିବା ବେଳେ ୫ ଟି ପଦବୀ ଖାଲି ପଡ଼ିଛି। ଆସନ୍ତା ଡ଼ିସେମ୍ବର ୩୧ ତାରିଖରେ ଥିବା ଗୋଟିଏ ପଦବୀ ମଧ୍ୟ ଖାଲି ପଡିଯିବ।ଏହା ସହ ଗୃପ ସି ରେ ୫ ଟି ଅନୁମୋଦିତ ପଦବୀ ମଧ୍ୟରୁ ୨ ଜଣ କାର୍ଯ୍ୟରତ ଥିବା ବେଳେ ୩ ଟି ପଦବୀ ଖାଲି ପଡ଼ିଛି। ସେହିପରି ଗୃପ ଡି ପଦବୀ ରେ ୯ ଟି ଅନୁମୋଦିତ ପଦବୀ ମଧ୍ୟରୁ ଜଣେ କାର୍ଯ୍ୟରତ ଥିବା ବେଳେ ୮ ଟି ପଦବୀ ଖାଲି ପଡ଼ିଛି।ଆକଳନ ଅନୁଯାୟୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ୫୨୭ ଅନୁମୋଦିତ ଅଣଶିକ୍ଷକ ପଦବୀ ମଧ୍ୟରୁ ବର୍ତ୍ତମାନ କେବଳ ୨୩୯ ପଦବୀ ରେ ଲୋକ ରହିଥିବା ବେଳେ ୨୮୮ ଟି ପଦବୀ ଖାଲି ପଡ଼ିଛି ଏହା ସହ ଆସନ୍ତା ଡ଼ିସେମ୍ବର ୩୧ ତାରିଖରେ ଆହୁରି ୮ ଜଣ ଅଣଶିକ୍ଷକ କର୍ମଚାରୀ ଅବସର ଗ୍ରହଣ କରୁଥିବା ବେଳେ ଖାଲି ପଡିଥିବା ଅଣଶିକ୍ଷକ ପଦବୀ ୨୯୬ ରେ ପହଞ୍ଚିବ ବୋଲି ଜଣାପଡିଛି।
ଏହା ସହିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ରହିଥିବା ୨୫ ଟି ବିଭାଗ ରେ ସମଦଶା ଦେଖିବାକୁ ମିଳିଛି। ଏଠାରେ ୨୨ ଟି ପ୍ରଫେସ,୫୨ ଟି ସହଯୋଗୀ ପ୍ରଫେସର ଓ ୧୦୮ ସହକାରୀ ପ୍ରଫେସର ପଦବୀ ଅନୁମୋଦିତ ରହିଥିବା ବେଳେ ଜୁଲାଇ ୧ ତାରିଖ ରେ ୧୬ ପ୍ରଫେସର,୩୮ ସହଯୋଗୀ ପ୍ରଫେସର ଓ ୩୪ ସହକାରୀ ପ୍ରଫେସର ପଦବୀ ଖାଲି ପଡ଼ିଛି। ଆସନ୍ତା ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଏହି ସଂଖ୍ୟା ବଢ଼ି ୧୭ ପ୍ରଫେସର ପହଞ୍ଚିବ ବୋଲି ଚିଠିରେ ଉଲ୍ଲେଖ ରହିଛି। ଅନ୍ୟ ପଟେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ୮ ତାରିଖ ଦିନ ଚିଠି ନଂ ୭୦୬୩ ପ୍ରକାରରେ ଖବରକାଗଜ ରେ ୧୬ ଟି ବିଭିନ୍ନ ବିଭାଗ ସମେତ ସ୍କୁଲ ଅଫ ଏଡୁକେସନ ନିମନ୍ତେ ୨୮ ଟି ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞାପନ ପ୍ରକାଶ କରାଯାଇଛି। ଆସନ୍ତା ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ଏହିସବୁ ପଦବୀ ନିମନ୍ତେ ସାକ୍ଷାତକାର କରାଯାଇ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି। ବିଶ୍ବବିଦ୍ୟାଳୟ ଅଧିନିୟମ ୧୯୮୯ ପ୍ରକାରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଚୟନ କମିଟି ଦ୍ବାରା ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି କରି ପାରୁଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୦ ଡିସେମ୍ବର ମାସରେ ଏକ ଅଧିନିୟମ କରାଯାଇ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ପି ଏସ ସି ଏବଂ ଅଣଶିକ୍ଷକ ପଦବୀ ଓପିଏସି ପକ୍ଷରୁ କରାଯାଇ ନିଯୁକ୍ତି ଦିଆଯିବ ବୋଲି ନିତି ନିର୍ଧାରଣ କରାଗଲେ ‌ସେବେ ଠାରୁ ବିଶ୍ଵବିଦ୍ୟାଳୟ ମାନଙ୍କ ରେ ଅଣଶିକ୍ଷକ ସହ ଶିକ୍ଷକ ପଦବୀ ପୂରଣ ରେ ବିଳମ୍ବ ଘଟିଛି।ଏହା ସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କୁ ନେଇ କିଛି ଲୋକ ଉଚ୍ଚ ନ୍ୟାୟାଳୟ ରେ ଆଶ୍ରୟ ନେଇଥିଲେ କିନ୍ତୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଠିକ ବୋଲି ବିଚାର କରାଯାଇ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟ ରେ ମାମଲା ଦାୟର କରାଯାଇଥିବା ଯୋଗୁଁ ସୁପ୍ରିମକୋର୍ଟ ପକ୍ଷରୁ ପଦବୀ ପୂରଣ କରିବାରେ ରୋକ ଲଗା ଯାଇଥିବା ଜଣାପଡିଛି। ଯାହା ହେଲେ ମଧ୍ୟ ତୁରନ୍ତ ବିଶ୍ବବିଦ୍ୟାଳୟ ପରି ଉଚ୍ଚ ଶିକ୍ଷାନୁଷ୍ଠାନ ରେ ଶିକ୍ଷକ ସମେତ ଅଣଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଧ୍ୟାନ ଦିଆଯାଇ ପଦବୀ ପୂରଣ କରାଯିବାକୁ ସାଧାରଣ ରେ ଦାବି ହେଉଛି।