Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ନଗର ବାଟିକା , ବ୍ୟବହାର ଉପଯୋଗୀ ହେଉନାହିଁ ।

ଗୋପାଳପୁର ୧୦/୦୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ପୂର୍ବରୁ ଥିବା ହରିଣ ପାର୍କ କୁ ନଗର ବାଟିକା ରୂପେ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କାମ ସାରିଥିଲେ ମଧ୍ୟ ଆଜି ଯାଏଁ ଏହା ବ୍ୟବହାର ଯୋଗ୍ୟ ହୋଇ ପାରିନଥିବା ଦେଖିବାକୁ ମିଳିଛି। ଏବେ ଉକ୍ତ ବାଟିକା ପରିସରରେ ଅନାବନା ଗଛ ଉଠିବା ସହ ଗେଟରେ ତାଲା ପଡି ରହିଛି। ଯାହାଫଳରେ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଗତ ୧୯୮୯ ମସିହା ରେ ପ୍ରାୟ ୨ ଏକର ଜମିରେ ୨ଟି ହରିଣ ଛୁଆ କୁ ହରିଣ ପାର୍କ ର ଆରମ୍ଭ ହେଇଥିଲା ।ପର୍ଯ୍ୟାୟ କ୍ରମେ ବଂଶ ବୃଦ୍ଧି ହୋଇ ପ୍ରାୟ ୬୮ରେ ପହଞ୍ଚିଥିଲା।୧୯୯୯ ମହା ବାତ୍ୟାରେ ପାର୍କ ଚାରିକଡେ ଲାଗିଥିବା ସୁରକ୍ଷା ଜାଲି ଭାଙ୍ଗିଯିବା ଯୋଗୁଁ ବହୁ ହରିଣ ବାହାରକୁ ଚାଲି ଯିବାରୁ କେତକ କୁକୁର ହାବୁଡ଼ରେ ଓ କିଛି ଶିକାରୀ ଙ୍କ ହାବୁଡ଼ରେ ପଡ଼ି ଜୀବନ ହାରି ଥିଲେ।ତାହା ସହ ଏହାର ରକ୍ଷଣା ବେକ୍ଷଣ ଠିକ ହେଉ ନ ଥିବା ବେଳେ ଏବଂ ରହିବା ସ୍ଥାନ କମ ରହୁଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଲଢେ଼ଇ କରି ଖଣ୍ଡିଆ ଖାବରା ହୋଇ ଅନେକ ଙ୍କ ମୃତ୍ୟୁ ଘଟିଥିଲା। କିଛି ହରିଣ ବାହାରେ ବୁଲିବା ଓ କୁକୁର ଶିକାର କରୁଥିବା ଖବର ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହାକୁ ନେଇ ବନ ବିଭାଗ ପକ୍ଷରୁ ବିଶ୍ନେଵବିଦ୍ୟାଳୟ ପ୍ରଶାସନ କୁ ତାଗିଦ କରିବା ସହ ହରିଣଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଚିଠି କରିଥିଲେ। ବିଶ୍ବବିଦ୍ୟାଳୟ ପକ୍ଷରୁ ହରିଣ ମାନଙ୍କୁ ପାଳିବା କଷ୍ଟ ସାଧ୍ୟ ହେବାରୁ ବନବିଭାଗ ଏହି ହରିଣ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା।ଏହି କ୍ରମରେ ତତ୍କାଳୀନ କୁଳପତି ପ୍ରଫେସର ରାଜେନ୍ଦ୍ର କୁମାର ଦାଶ ଏଠାରୁ ସ୍ଥାନାନ୍ତର କରିବା ପାଇଁ ବନ ବିଭାଗକୁ କୁ ଚିଠି କରିଥିଲେ। ପରବର୍ତ୍ତୀ ସମୟରେ କୁଳପତି ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଙ୍କ ସମୟରେ ୨୦୨୦ ଏପ୍ରିଲ ମାସ ରେ ଗଜପତି ଜିଲ୍ଲା ର ଲଖାରି ଜଙ୍ଗଲ କୁ ସମସ୍ତ ହରିଣଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ତତ୍ପରେ ୨୦୨୦ ମେ ମାସ ଠାରୁ ଏହି ହରିଣ ପାର୍କ ଟି ଘଞ୍ଚ ଜଙ୍ଗଲ ହୋଇ ରହିଥିଲା।୨୦୨୨ ମେ ମାସ ରେ ନୂତନ ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଦାୟିତ୍ବ ଗ୍ରହଣ କରିବା ପରେ ଏହି ପାର୍କ ଉପରେ ଆଲୋଚନା କରିଥିଲେ।ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ନଗର ବାଟିକା ପ୍ରସ୍ତୁତି କରିବାକୁ ବନ ବିଭାଗକୁ ଚିଠି କରିଥିଲେ। ଚିଠି ପ୍ରକାରେ ଏହି ନଗର ବାଟିକା ମଧ୍ୟରେ ଗୁଆ, କୃଟିନ୍ , ପାମ ଆଦି ଗଛ ଲଗାଇ ସୌନ୍ଦର୍ଯ୍ୟ କରଣ କରାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବା ସହ ବନବିଭାଗ ପକ୍ଷରୁ ଏହାର ନିର୍ମାଣ ଦାୟିତ୍ବ ନିଆଯାଇଥିଲା। କିନ୍ତୁ ଏହା ମଧ୍ୟରେ ଏକ ବର୍ଷ ବିତିଯାଇଥିବା ବେଳେ ବାଟିକା ନିର୍ମାଣ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇ ଯାଇଥିବା ବେଳେ ଏହ ବିଶ୍ଵବିଦ୍ୟାଳୟ କୁ ହସ୍ତାନ୍ତର ହୋଇ ନଥିବାରୁ ଏବେ ଏଠାରେ ଲଟାବୁଦା ବଢିବା ସହ ୧୦ ଲକ୍ଷ ଟଙ୍କା ପାଣିରେ ପଡିବା ସଦୃଶ୍ୟ ହୋଇଛି। ଘଟଣା ନେଇ କୁଳସଚିବ ଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବାଟିକା କୁ ହସ୍ତାନ୍ତର ପାଇଁ ବନବିଭାଗ କୁ ବାରମ୍ବାର ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ମତପୋଷଣ କରିଥିଲେ। ଏଣୁ ବନ‌ବିଭାଗ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷ ଏହି‌ ବାଟିକା କୁ ଖୋଲିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories