ଏମିତି ହେଲେ ଆମେ ସବୁ ଧ୍ୱଂସ ପାଇଯିବା, ଇସ୍ରୋ ମୁଖ୍ୟ ସୋମନାଥଙ୍କ ବଡ ଚେତାବନୀ


ନୂଆଦିଲ୍ଲୀ: ୩୭୦ ମିଟର ବ୍ୟାସ ବିଶିଷ୍ଟ କ୍ଷୁଦ୍ର ଗ୍ରହ ପୃଥିବୀର ନିକଟ ଦେଇ ଗତି କରିବ । ଏହା ପୃଥିବୀ ସହ ଧକ୍କା ହେବାର ପ୍ରବଳ ସମ୍ଭାବନା ରହିଛି । ଏହା ପୂର୍ବରୁ ୧୯୦୮ ମସିହା ଜୁନ ୩୦ରେ ଏକ କ୍ଷୁଦ୍ର ଗ୍ରହ ସାଇବେରିଆର ଏକ ସୁଦୂର ସ୍ଥାନ ତୁଙ୍ଗୁସ୍କୋରେ ଖସିବାରୁ ୨୨୦୦ ବର୍ଗ ଘଞ୍ଚ ଜଙ୍ଗଲ ଧ୍ୱଂସ ପାଲଟି ଯାଇଥିଲା । ଏହି କାରଣରୁ ୮ କୋଟି ଗଛ ନଷ୍ଟ ହୋଇ ଯାଇଥିଲା । ଏବେ ଯେଉଁ କ୍ଷୁଦ୍ର ଗ୍ରହ ଭୂପୃଷ୍ଠର ନିକଟତର ହେଉଛି ତାହା ୨୦୨୯ ଏପ୍ରିଲ ୧୩ ତାରିଖରେ ପୃଥିବୀର ନିକଟ ଦେଇ ଗତି କରିବାର ସମ୍ଭାବନା ରହିଛି ।

ଯେବେ ବି କ୍ଷୁଦ୍ର ଗ୍ରହ ପୃଥିବୀ ସହ ଧକ୍କା ହୋଇଛି, ଅନେକ ପ୍ରଜାତି ବିଲୁପ୍ତ ହୋଇ ଯାଇଛି । ବୋଧହୁଏ ଏହି କାରଣରୁ ପୃଥିବୀରୁ ଡାଏନସୋର ବିଲୁପ୍ତ ହୋଇ ଯାଇଛି । ପୃଥିବୀକୁ କ୍ଷୁଦ୍ରଗ୍ରହରୁ ବଞ୍ଚାଇବା ପାଇଁ ଇସ୍ରୋ ଏହି ଦିଗରେ କାମ କରୁଛି । ଇସ୍ରୋ ପ୍ରମୁଖ ଏସ ସୋମନାଥ ଏହାର ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଜଣେ ମଣିଷର ଜୀବନକାଳ ସାଧାରଣ ୭୦ରୁ ୮୦ ବର୍ଷ ହୋଇଥାଏ । କିନ୍ତୁ ବ୍ରହ୍ମାଣ୍ଡ ଇତିହାସରେ କ୍ଷୁଦ୍ରଗ୍ରହ ଧକ୍କା ହେବା ଘଟଣା ସାଧାରଣ ଘଟିଥାଏ । ଯଦି ପୃଥିବୀ ସହ ଏମିତି ଘଟେ ତେବେ ଆମେ ସମସ୍ତେ ବିଲୁପ୍ତ ହୋଇଯିବା । ଆମକୁ ସେଥିପାଇଁ ପ୍ରସ୍ତୁତ ରହିବା ଉଚିତ୍ । କାରଣ କ୍ଷୁଦ୍ରଗ୍ରହକୁ ପୃଥିବୀ ସହ ଧକ୍କା ହେବାରୁ ଅଟକାଇବା କଷ୍ଟ । ଆମେ ପୃଥିବୀ ନିକଟକୁ ଆସୁଥିବା କ୍ଷୁଦ୍ରଗ୍ରହର ସନ୍ଧାନ ଲଗାଇ ଏହାକୁ ଦୂରକୁ ନିଆଯାଇ ପାରିବ । କିନ୍ତୁ ଏହା ଅସମ୍ଭବ ମଧ୍ୟ ହୋଇପାରେ । ଏଥିପାଇଁ ଆମକୁ ଜ୍ଞାନ କୌଶଳ ବିକଶିତ କରିବା ଉଚିତ୍ ।