Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ୟା ଘେରରେ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମାଧାନ ନହେଲେ ଆନ୍ଦୋଳନ

ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାନାଦି ସମସ୍ୟା ଦେଇ ଗତି କରୁଛି। ଏଥିପାଇଁ ପିଲାଙ୍କ ପାଠପଢ଼ାରେ ସମସ୍ୟା ଦେଖା ଦେଇଛି। ତେବେ ଆଗାମୀ ଏକ ମାସ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଅଭିଭାବକ ଆବିଭାବିକା ମାନେ ଅଧିକାରୀଙ୍କ ଠାରେ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ ଯେ, ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟି ଗତ ୨୦୨୧ ମସିହା ଜୁଲାଇ ମାସରେ ଆରମ୍ଭ ହୋଇଥିଲା। ସେତେ ବେଳେ ଜଣେ ମାତ୍ର ରେଗୁଲାର ଅଧ୍ୟାପକ ନିଯୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ କିଛି ଠିକା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦ୍ଵାରା ଅଧ୍ୟାପନା କାର୍ଯ୍ୟ ଚାଲିଥିଲା। ବର୍ତମାନ ଜଣେ ଅଧକ୍ଷା ପଦରେ କାର୍ଯ୍ୟ ତୁଲେଇ ଆସୁଥିବା ବେଳେ ତିନି ଜଣ ସ୍ଥାୟୀ ଏବଂ ୨ ଜଣ ଅତିଥି ଭାବେ ଶିକ୍ଷାଦାତା ଶିକ୍ଷାଦାନ କରୁଛନ୍ତି। ଏହି ଅନୁଷ୍ଠାନରେ ଏବେ ୨୫୬ ଜଣ ଶିକ୍ଷାର୍ଥୀ ପାଠ ପଢୁଥିବା ବେଳେ ସେଥିମଧ୍ୟରୁ ୧୧୧ ଜଣ ବାଳକ ଏବଂ ୧୧୨ ଜଣ ବାଳିକା ଶିକ୍ଷା ଗ୍ରହଣ କରୁଛନ୍ତି। ୨ ବର୍ଷ ଧରି ଚାଲିଥିବା ଏହି ଅନୁଷ୍ଠାନରେ କେବଳ ବିଜ୍ଞାନ ପାଠ୍ୟକ୍ରମ ରହିଛି। ସାରା ଓଡ଼ିଶାରେ ଏଭଳି ବିଦ୍ୟାଳୟ ୬୨ ଟି ଥିବା ବେଳେ କେତେକ ବିଦ୍ୟାଳୟରେ କମର୍ସ ଏବଂ କଳା ପାଠ୍ୟକ୍ରମ ମଧ୍ୟ ରହିଛି। ମାତ୍ର ଏଠାରେ କେବଳ ବିଜ୍ଞାନ ପାଠ୍ୟକ୍ରମ ଚାଲିଛି। ସେଥିରେ ମଧ୍ୟ ଅନେକ ସମସ୍ୟା ଦେଖାଯାଉଛି। ବିଜ୍ଞାନ ପାଠ୍ୟକ୍ରମରେ ନିହାତି ଭାବେ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ଆଦିର ପ୍ରୟୋଗଶାଳା ରହିବା ନିହାତି ଜରୁରୀ। ମାତ୍ର ୨ ବର୍ଷ ବିତିଯାଇଥିବା ସ୍ଥଳେ ଏପର୍ଯ୍ୟନ୍ତ ତାହା ପୁରଣ ହୋଇ ପାରିନାହିଁ। ଲାବୋରେଟରି ପାଇଁ ଆବଶ୍ୟକ ପଡ଼ୁଥିବା ଶ୍ରେଣୀ କୋଠରୀର ଅଭାବ ରହିଛି। ବଡ ପରିତାପର ବିଷୟ ଏହା ଯେ, ଏହି ଅନୁଷ୍ଠାନରୁ ଗତବର୍ଷ ପାସ କରିଥିବା ଛାତ୍ରୀଛାତ୍ର ମାନେ ବିନା ପ୍ରୟୋଗଶାଳା ର ସହଯୋଗରେ ଉତୀର୍ଣ୍ଣ ହୋଇଛନ୍ତି। ବର୍ତମାନ ଶିକ୍ଷା ଗ୍ରହଣ କରୁଥିବା ପିଲାମାନଙ୍କ ଭବିଷ୍ୟତ ଅନ୍ଧାରରେ ରହିଛି। ଜଣେ ହେଲେ ଲାବୋରେଟରୀ ଆସିଷ୍ଟାଣ୍ଟ ନାହାନ୍ତି। ତାଙ୍କ ବିନା ଲାବୋରଟୋରି ବି ଚଳେଇବା ସମସ୍ୟା ରହିଛି। ସେହିପରି ଅଫିସ ଚଳେଇବା ପାଇଁ ଆବଶ୍ୟକ ଥିବା ଡାଟା ଏଣ୍ଟ୍ରି ଅପରେଟର, କୁକ୍ କମ୍ ଆଟେଣ୍ଡେଣ୍ଟ, କିରାଣୀ ଆଦି ବିଭିନ୍ନ ଅଣ ଶିକ୍ଷକ ପଦ ପଦବୀ ଖାଲି ରହିଛି। ଯଦ୍ୱାରା କଲେଜ ପରିଚାଳନାରେ ଅନେକ ସମସ୍ୟା ଦେଖାଦେଉଛି। ଯଦି ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ବିହିତ ପଦକ୍ଷେପ ନ ନିଅନ୍ତି, ତାହେଲେ ଆଗାମୀ ଦିନରେ ପିଲାମାନେ ପାଠ ପଢିବା ଏବଂ ଉତିର୍ଣ୍ଣ ହେବା ଉପରେ ଅସୁବିଧାର ସମ୍ମୁଖୀନ ହେବେ। ଏଥିସହ ଛାତ୍ରୀ ଓ ଛାତ୍ରାବାସରେ ସଦାବେଳେ ବିଦ୍ୟୁତ ଏବଂ ପାଣି ସମସ୍ୟା ଲାଗି ରହିଛି।
ଏସଂକ୍ରାନ୍ତରେ ଯୁଗ୍ମ ନିର୍ଦ୍ଦେଶକ ଟୁକୁ ବାରିକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଭାଗିରଥୀ ପଟେଲଙ୍କୁ ଯୋଗାଯୋଗ କରି ପଚାରିବାରୁ ୧୫ ରୁ ୨୦ ଦିନ ମଧ୍ୟରେ ଶିକ୍ଷକ ମାନଙ୍କ ସ୍ଥାୟୀ ନିଯୁକ୍ତି ହୋଇଯିବ ବୋଲି କହିଥିବା ବେଳେ ଅନ୍ୟାନ୍ୟ ଆନୁସାଙ୍ଗିକ ଅସୁବିଧା ମଧ୍ୟ ଦୂର କରାଯିବ ବୋଲି କହିଥିଲେ।